ଅକ୍ଷର ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ । ଗତ ୧୧ ତାରିଖରେ ବିଜେପିରେ ମିଶିଥିଲେ ଜୟ ଢୋଲକିଆ । ୧୬ ତାରିଖରେ ନାମାଙ୍କନ ଭରିବେ ଜୟ । ଜୟ ଢୋଲକିଆଙ୍କ ନାମାଙ୍କନରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ୧୬ ତାରିଖରେ ନୂଆପଡ଼ା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ । ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେ ଆହୁରି ଜୋର୍ ଦେଇ କହିଛନ୍ତି ଯେ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବେ । ବିଜେଡି ଏଯାଏ ପ୍ରାର୍ଥୀ ସ୍ଥିର କରିପାରିନାହିଁ । ତେଣେ କଂଗ୍ରେସକୁ ଲୋକେ ପସନ୍ଦ କରୁନାହାନ୍ତି । ଏଣୁ ବିଜେପି ଏଠାରେ ଜିତିବା ସୁନିଶ୍ଚିତ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁଜିତ କୁମାର ।
ଜୟ ଢୋଲକିଆ ହେଲେ ନୂଆପଡ଼ା ବିଜେପି ପ୍ରାର୍ଥୀ; ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ନାମାଙ୍କନ ଭରିବେ ଜୟ ।












Leave a Reply