ଆଜି ଠାରୁ ଘଟଗାଁ ମା’ତାରିଣୀଙ୍କ ୮୯ ତମ ବିଶ୍ୱ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ। ଚଇତି ପର୍ବ ମା”ଙ୍କ ମୂଖ୍ୟ ପର୍ବ ହୋଇଥିବା ବେଳେ ଏହା ପୀଠରେ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ପାଳିତ ହେବ। ଏଥିପାଇଁ ମା”ଙ୍କୁ ଆଜି ସୁନାବେଶରେ ସଜ୍ଜିତ କରାଯାଇଛି। ଏହି ଚଇତି ପର୍ବ ରେ ମାଙ୍କ ସୁନାବେଶ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଛି। ଆଜି ସକାଳୁ ମାଙ୍କ ମାର୍ଜଣା, ମଙ୍ଗଳ ଆଳତୀ, ଷୋଡସ ଉପଚାରରେ ବିଧି ସହ ଯଥା ରୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ଚଇତି ପର୍ବରେ ମା ତାରିଣୀଙ୍କ ସୁନା ବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳା ର ସହ ମା”ଙ୍କ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଘଟଗାଁ ପୀଠରେ ଚଇତି ପର୍ବ ଆରମ୍ଭ; ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ତାରିଣୀ












Leave a Reply